ପାଣିପାଗବଙ୍ଗୋପସାଗରରେ ଘନଉଛି ବିପଦ ! ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ଚିଠି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
